ନୂଆଦିଲ୍ଲୀ: ଆଥଲେଟିକ୍ସ ଫେଡେରେଶନ ଅଫ ଇଣ୍ଡିଆର ହାଇ ପରଫମାନ୍ସ ନିର୍ଦେଶକ ଭୋଲକର ହରମାନ ଇସ୍ତଫା ଦେଇଛନ୍ତି । ତେବେ ୨୦୨୪ ଅଲିମ୍ପିକ୍ସ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ବୃଦ୍ଧି କରିବା ସତ୍ତ୍ୱେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ଏହାର କାରଣ ଦର୍ଶାଇ ସେ କହିଛନ୍ତି, ଏହି ଭୂମିକାରେ ସେ ଆଗକୁ ଆଶା ପୂରଣ କରିପାରିବେ ନାହିଁ । ଅନ୍ୟପଟେ କିଛିଦିନ ପୂର୍ବରୁ ହିଁ ସେ ଇସ୍ତଫା ଦେଇଥିଲେ । କିନ୍ତୁ ସେ ଏନେଇ କୌଣସି କାରଣ ଦର୍ଶାଇ ନଥିଲେ ବୋଲି ଏଏଫଆଇ ସ୍ପଷ୍ଟ କରିଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0