ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ହୋଇଛି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା। ବର୍ଷା ଯୋଗୁଁ ଚାରିଆଡ଼େ ଜଳମଗ୍ନ ହୋଇଯାଇଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହା ସହ ଦୁଇଟି ରାଜ୍ୟରୁ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ତେଲେଙ୍ଗାନାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୪ଜଣଙ୍କ ମୃତ୍ୟୁ ହୋଇଛି।
ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏକ ବୈଠକ ଡ଼କାଇଥିବା ଜଣା ପଡ଼ିଛି। ଲଗାଣ ବର୍ଷା ପାଇଁ ପରିସ୍ଥିତିକୁ ଦେଖି ଅକ୍ଟୋବର ୧୪ ଏବଂ ୧୫ରେ ଓସମାନିଆ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ତେବେ ଏହି ଦୁଇ ରାଜ୍ୟରେ ବର୍ଷା ରଚିଥିବା ତାଣ୍ଡବର ଅନେକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେଉଁଠି ଗାଡ଼ି ଭାସିଯାଉଛି ତ କେଉଁଠି ଘର ଭିତରେ ପାଣି ପଶି ଘର ଭୁଶୁଡ଼ି ପଡ଼ୁଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0