ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଦେଶର ଲୋକମାନେ ଲଢିଥିବା ଲଢେଇରେ ଦେଶକୁ ସଫଳତା ମିଳିଛି । ଏହି ମହାମାରୀ ବିରୋଧରେ ଲଢିବା ଦେଶବାସୀଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ଥିଲା ବୋଲି ଏକ ହେଲଥ୍ ୱେବନରକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି କହିଛନ୍ତି କି ଭାରତ ଯୋଜନାବଦ୍ଧ ଭାବେ ଲଢି ଏଭଳି ମହାବିପଦରୁ ରକ୍ଷା ପାଇ ପାରିଛି ।ହେଲଥ ୱେବନରକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆବଣ୍ଟିତ ହୋଇଥିବା ଅର୍ଥକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଚଳିତ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଅବଣ୍ଟିତ ହୋଇଥିବା ଅର୍ଥ ବେସ୍ ଉତ୍ସାହଜନକ । ଆବଣ୍ଟିତ ହୋଇଥିବା ଅର୍ଥ ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ମିଳିପାରିବ । ଏହାସହ ଆଗକୁ ଭାରତ କିଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ସେ ନେଇ ୪ ଟି ସ୍ତରରେ କାର୍ୟ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0