spot_img

ବ୍ୟବସାୟର ଲୋଭ ଦେଖାଇ ମହିଳାଙ୍କଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ସୁବର୍ଣ୍ଣପୁର: ଗରିବ ମହିଳାଙ୍କ ଠାରୁ ବଡ଼ ଧରଣର ଠକେଇର ଅଭିଯୋଗ । ବ୍ୟବସାୟ ପାଇଁ ବିଭିନ୍ନ ପ୍ରକାର ଜିନିଷ ଯୋଗାଇ ଦେବା ନାଁରେ ଠକେଇ ହୋଇଛି । ଗରିବ ମହିଳାମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଠକେଇ କରି ଏକ ଘରୋଇ କମ୍ପାନୀ ଚମ୍ପଟ ମାରିଛି । ଏମିତି ଏକ ଘଟଣା ଦେଖିବାକୁ ସୁବର୍ଣ୍ଣପୁର ଜିଲ୍ଲାରେ । ରଶ୍ମୀ ଇଣ୍ଡରଷ୍ଟ୍ରିଜ ଏଣ୍ଡ କନସଲଟେନସି ନାମକ ଏକ ଘରୋଇ କମ୍ପାନୀ ବ୍ଲକର ମହିଳାମାନଙ୍କ ଠାରୁ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଲୋକେ ଏହି ଠକେଇ ନେଇ ସୂଚନା ପାଇଲା ପରେ ପୋଲିସ ପାଖରେ ଯାଇ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇଲା ପରେ ଇଣ୍ଡରଷ୍ଟ୍ରିର ମୁଖ୍ୟଙ୍କୁ ଖୋଜିଥିଲା କିନ୍ତୁ ଇଣ୍ଡରଷ୍ଟ୍ରିଜର ମୁଖ୍ୟ ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ, ଗତ ଜାନୁୟାରୀ ମାସରେ ରଶ୍ମୀ ଇଣ୍ଡରଷ୍ଟ୍ରିଜ ଏଣ୍ଡ କନସଲଟେନସି ନାମକ ଏକ ଘରୋଇ କମ୍ପାନୀ ସୁବର୍ଣ୍ଣପୁର ଜିଲ୍ଲାର ପଟାଭାଡି ଠାରେ ଏକ ଘର ଭଡାରେ ନେଇ ଆରମ୍ଭ କରିଥିଲା ବ୍ୟବସାୟ । ଲୋକଙ୍କ ଠାରୁ ଦଶ ହଜାର, କୋଡିଏ ହଜାର ଟଙ୍କା ନେଇ ପେପରପ୍ଲେଟ ମେସିନ, ଧୁପକାଠୀ ତିଆରି ମେସିନ ହଳଦି ଓ ଫୁଡ ପ୍ରୋସେସିଙ୍ଗ ମେସିନ ଆଦି ସାମଗ୍ରୀ ସହିତ କଞ୍ଚାମାଲ ଦେବ ବୋଲି କହି କଂପାନୀ ଠକୁଥିଲା । ଖାଲି ସେତିକି ନୁହେଁ, ୬ଟି ବ୍ଲକର ବେକାର ଯୁବତୀ ମାନଙ୍କୁ ମୋଟା ଅଙ୍କ ଦରମାର ପ୍ରଲୋଭନ ଦେଖାଇ ମାର୍କେଟିଂ ଲଗାଇ ପ୍ରଚାର ପ୍ରସାର ମଧ୍ୟ କରିଥିଲେ । କିନ୍ତୁ ଆଠ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ କମ୍ପାନୀ କୌଣସି ମହିଳାଙ୍କୁ କିଛି ବି ଜିନିଷ ଦେଇନାହିଁ । ତେବେ ଲୋକେ ଏନେଇ ଅଭିଯୋଗ କରିବା ପରେ କମ୍ପାନୀର ଏମଡି ବିନୋଦ ଜେନା ଫେରାର ମାରିଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular