ଆସନ୍ତା ୨ଦିନ ଭିତରେ ରାଜ୍ୟରେ ସମସ୍ତ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଳାଗି ରହିବ । ଏଥି ସହ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ । ବର୍ତ୍ତମାନ ମୈାସୁମୀ ଟ୍ରାଫ ମୁହାଁ ବିହାରରୁ ବଙ୍ଗୋପସାଗର ଆଡକୁ ଗତି କରୁଥିବାରୁ ଆସନ୍ତା ଦୁଇଦିନ ଧରି ରାଜ୍ୟରେ ବର୍ଷାର ସ୍ଥିତି ସ୍ୱାଭାବିକ ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, କନ୍ଧମାଳ, ଅନୁଗୁଳ, ବୈାଦ୍ଧ, ବଲାଙ୍ଗୀର, ମାଲକାନଗିରି, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ଦେବଗଡ ଓ କେନ୍ଦୁଝର ଜିଲ୍ଳାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା ୨୫ ତାରିଖ ଠାରୁ ରାଜ୍ୟରେ ବର୍ଷାର ସମ୍ଭାବନା କମ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0