ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ସକାଳେ ଏକ ଲଘୁଚାପ କ୍ଷେତ୍ର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଛି। ଲଘୁଚାପଟି ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଉତ୍ତର ଓଡ଼ିଶାର ମୁଖ୍ୟତଃ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଜିଠାରୁ ଲଘୁଚାପ ପ୍ରଭାବରେ ମାଲକାନଗିରି, ଗଜପତି, କୋରାପୁଟ ଓ ରାୟଗଡ଼ାର ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଏହି ୪ ଜିଲ୍ଲାରେ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୫ ତାରିଖଠାରୁ ବର୍ଷାର ପରିମାଣ ଧୀରେଧୀରେ କମିବ ଓ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନଥିବାରୁ କୌଣସି ୱାର୍ଣ୍ଣିଂ ଜାରି ହୋଇନାହିଁ। ୧୫ ତାରିଖଠାରୁ ଆସନ୍ତା ୩ ଦିନ ପର୍ୟ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0