ବାଲେଶ୍ୱର : ହେଲମେଟ ଚେକିଂକୁ ନେଇ ଉତେଜନା । ପୋଲିସ ଉପରେ ଆକ୍ରମଣ କଲେ ଅମାନିଆ ଯୁବକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ସାମ୍ନାରେ ଚେକିଂ ବେଳେ ଦେଖା ଦେଇଥିଲା ଉତ୍ତେଜନା । ହେଲମେଟ ଏବଂ ମାକ୍ସ ପିନ୍ଧି ନଥିବା ଅମାନିଆ ଯୁବକଙ୍କ ଦବଙ୍ଗଗିରି । ଚେକିଂ ସମୟରେ କିଛି ଅମାନିଆ ବାଇକ ଚାଳକ ପୋଲିସ ଉପରେ ଦେଖାଇଥିଲେ ଦବଙ୍ଗଗିରି ।ପୋଲିସ ସହ ଯୁକ୍ତିତର୍କ ପରେ ଆରମ୍ଭ ହୋଇଥିଲା ଧାସ୍ତାଧସ୍ତି । ଅମାନିଆ ଯୁବକଙ୍କ ମଧ୍ୟରୁ ଜଣେ ପୋଲିସ ଉପରେ ଆକ୍ରମଣ ମଧ୍ୟ କରିଥିବା ସୂଚନା ରହିଛି । ଆକ୍ରମଣ କରିଥିବା ୨ ଅମାନିଆ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଜଣେ ଅମାନିଆ ଯୁବକ ଖସି ପଳାଇଥିବା ଜଣାପଡ଼ିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0