ବାଜିରାଓ-ମସ୍ତାନୀ କେବଳ ଅନଲାଇନ୍ ନୁହେଁ, ଅଫଲାଇନ୍ରେ ବି ବଲିଉଡର ମୋଷ୍ଟ ପପୁଲାର ଯୋଡ଼ି । ଏହି ପାୱାର କପୁଲଙ୍କ ଜବରଦସ୍ତ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଥିବା ବେଳେ ଉଭୟ ପରସ୍ପରକୁ ଖୁବ୍ ସପୋର୍ଟ ବି କରନ୍ତି। ଏହାର ଖୁଲାସା କରିଛନ୍ତି ନିଜେ ରଣବୀର ସିଂ। ଖୁବ୍ ଶୀଘ୍ର କୁଇଜ ଶୋ’ ‘ଦି ବିଗ୍ ପିକଚର’ ଜରିଆରେ ଛୋଟ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡର ଏହି ମୋଷ୍ଟ ଷ୍ଟାଇଲିଷ୍ଟ ଆକ୍ଟର। ଏହାକୁ ନେଇ ରଣବୀର ଖୁବ୍ ନର୍ଭସ ଓ ଏକ୍ସାଇଟେଡ ଥିବା ବେଳେ ଏଥିନିମନ୍ତେ ପତ୍ନୀ ଦୀପିକା କିଛି ସାହାଯ୍ୟ କରୁଛନ୍ତି କି ପଚାରିଥିଲେ ମିଡିଆ ପ୍ରତିନିଧି। ଏହାର ଉତ୍ତରରେ ବାଜିରାଓ ପତ୍ନୀଙ୍କର ଖୁବ୍ ପ୍ରଶଂସା କରି କହିଛନ୍ତି, ଦୀପିକା ସବୁବେଳେ ମୋ କାମକୁ ତର୍ଜମା କରିଥାନ୍ତି। ମୁଁ ଏହାକୁ ଖୁବ୍ ସକରାତ୍ମକ ଭାବେ ନେଇଥାଏ। ମୁଁ ନିଜ ଶୋ’ର ମକ୍ ସେଶନ୍ ତାଙ୍କୁ ଦେଖାଇଥିବା ବେଳେ ସେ ମୋତେ କିଛି ଟିପ୍ସ ଓ ପଏଣ୍ଟ ଦେଇଛନ୍ତି। ଏହି ପଏଣ୍ଟସ୍କୁ ନୋଟ କରିବା ସହ ମୁଁ ଏହା ଉପରେ ହୋମୱାର୍କ ବି ଆରମ୍ଭ କରିଦେଇଛି। ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଯେ, ମୋ ପାଖରେ ଏକ ଚତୁର ପତ୍ନୀ ଅଛନ୍ତି। ଯିଏ କି ନିଜ ଆଲୋଚନା ମାଧ୍ୟମରେ ମୋ କାମକୁ ଆହୁରି ଭଲ କରିପାରନ୍ତି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0