ଦିନକୁ ଦିନ ବଢ଼ି ଚାଲିଛି ରାଷ୍ଟ୍ରୟୀ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା । ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟ ପୁଣିଥରେ ଲାଲୁଙ୍କୁ ଜାମିନ ଦେବାକୁ ମନା କରିଛନ୍ତି । ତାଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ସିବିଆଇ ଅଧିକ ସମୟ ମାଗିଥିଲା । ଏହାପରେ ଝାଡ଼ଖଣ୍ଡ ହାଇକୋର୍ଟ ୫ ଫେବୃଆରୀ ପୂର୍ବରୁ ଜବାବ ଦାଖଲ କରିବାକୁ ସିବିଆଇକୁ ନିଦେ୍ର୍ଦଶ ଦେଇଛନ୍ତି । ଏବେ ଏହି ମାମଲାର ପରବର୍ତ୍ତି ଶୁଣାଣି ଫେବୃଆରୀ ୫ରେ ହେବ । ବିହାରରେ ସାଢ଼େ ୯ଶହ କୋଟି ଟଙ୍କା ଘୋଟାଲା ମାମଲାରେ ସଜା କାଟୁଥିଲେ ଲାଲୁ ପ୍ରସାଦ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0