ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ସଂକ୍ରମିତଙ୍କ ଲାଗି ପ୍ରାଇଭେଟ ହସ୍ପିଟାଲରେ ୮୦ ପ୍ରତିଶତ ଆଇସିୟୁ ସଂରକ୍ଷିତ ରଖିବା ଲାଗି ଆଦେଶ ଦେଇଥିଲେ । ଏହି ଆଦେଶ ଉପରେ ହାଇକୋର୍ଟର ସିଙ୍ଗଲ ବେଞ୍ଚ ସେପ୍ଟେମ୍ବର ୨୨ରେ ରହିତାଦେଶ ଜାରି କରିଥିଲା । ଏବେ କେଜରିୱାଲ ସରକାର ଉକ୍ତ ରହିତାଦେଶ ହଟାଇବା ପାଇଁ ଡବଲ ବେଞ୍ଚ୍ ରେ ଆବେଦନ କରିଛନ୍ତି । ଆଜି ତା’ର ଶୁଣାଣି ହେବ । ମଙ୍ଗଳବାର ଦିନ ଶୁଣାଣିରେ ହାଇକୋର୍ଟ ଦିଲ୍ଲୀ ସରକାରଙ୍କ ଜବାବରେ ସନ୍ତୁଷ୍ଟ ହୋଇନଥିଲା । ଯଦି କରୋନା ରୋଗୀଙ୍କ ପାଇଁ ୮୦ ପ୍ରତିଶତ ବେଡ଼୍ ସଂରକ୍ଷିତ ରଖାଯାଏ, ତେବେ ବାକି ଗମ୍ଭୀର ପରିସ୍ଥିତି ଥିବା ରୋଗୀମାନଙ୍କର ଅବସ୍ଥା ଶୋଚନୀୟ ହୋଇଯିବ ବୋଲି କୋର୍ଟ କହିଥିଲା । ଦିଲ୍ଲୀ ସରକାର ସେପ୍ଟେମ୍ବର ୨୨ରେ ଜାରି କରିଥିବା ଏହି ଆଦେଶକୁ ରାଜଧାନୀର ୩୩ଟି ହସ୍ପିଟାଲ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାରଙ୍କର ଏହି ଆଦେଶ ବିରୋଧରେ ‘ଆସୋସିଏସନ ଅଫ୍ ହେଲଥ୍ କେୟାର ପ୍ରୋଭାଇଡ଼ର’ ଆବେଦନ କରିଥିଲା । କୋର୍ଟ ମଙ୍ଗଳବାର ଏହା ଉପରେ ରହିତାଦେଶ ଲଗାଇବା ସହ ଅକ୍ଟୋବର ୧୬ ତାରିଖରେ ଏହାର ଶୁଣାଣି ଧାର୍ଯ୍ୟ କରିଥିଲେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0