ବର୍ଷାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାତି ୯ଟା ପରେ ହୀରାକୁଦ ବନ୍ଧର ଆଉ ୨ଟି ଗେଟ୍ ଖୋଲାଯାଇଛି। ଫଳରେ ମୋଟ ୧୨ ଗେଟ୍ ଦେଇ ୧ ଲକ୍ଷ ୮୫ ହଜାର ୧୬୦ କ୍ୟୁସେକ୍ ଜଳ ମହାନଦୀକୁ ନିଷ୍କାସିତ ହେଉଛି। ଏହାପୂର୍ବରୁ ଶୁକ୍ରବାର ରାତି ୯ଟା ପର୍ୟ୍ୟନ୍ତ ବାମ ସ୍ପିଲ୍ୱେର ୬ ଓ ଡାହାଣ ପାର୍ଶ୍ବର ୪ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଥିଲା। ୧୦ଟି ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସନ ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୧ ଫୁଟ୍ରୁ ଅଧିକ ହ୍ରାସ ପାଇଥିଲା। ଗୁରୁବାର ଗେଟ୍ ଖୋଲିଲା ବେଳକୁ ଜଳସ୍ତର ୬୧୮.୦୪ ଫୁଟ୍ ଥିଲାବେଳେ ଶୁକ୍ରବାର ରାତି ୮ଟା ସୁଦ୍ଧା ଏହା ୬୧୬.୭୩ ଫୁଟ୍କୁ ଖସିଥିଲା। ଶୁକ୍ରବାର ରାତି ୮ଟା ବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧,୦୩,୩୨୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୭୦,୦୫୩ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଗୁରୁବାର ସକାଳେ ହୀରାକୁଦରୁ ଛଡ଼ା ଯାଇଥିବା ବନ୍ୟା ଜଳ ଶନିବାର ମଧ୍ୟାହ୍ନ ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବା ସମ୍ଭାବନା ରହିଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0