spot_img

ହିଟମ୍ୟାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମାଙ୍କ ସ୍ୱାସ୍ଥ୍ୟାବସା୍ଥରେ ଧିରେ ଧିରେ ଉନ୍ନତି ଆସୁଥିବାର ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ରୋହିତ ଏନସିଏରେ ଫିଟନେସ ପ୍ରଶିକ୍ଷଣ ନେଉଥିବା ବେଳେ ତାଙ୍କ ଜଂଘ ମାଂସପେସୀରେ ଢେର ଊନ୍ନତି ପରିଲକ୍ଷିତ ହେଉଛି । ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହିଟମ୍ୟାନ କହିଛନ୍ତି, ମାଂସପେଶୀ ଉପରେ ଅନେକ କାର୍ଯ୍ୟକରିବାର ଥିଲେ ମଧ୍ୟ ଡିସେମ୍ବର ୧୭ ତାରିଖରୁ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବାକୁ ଥିବାରୁ ଏହାକୁ ନେଇ ଦ୍ୱନ୍ଦ ସୃଷ୍ଟି ହେବାର କିଛି ନାହିଁ । ଏଥିପାଇଁ ର୍ଆଉ ୨୫ ଦିନ ଥିବାରୁ ମୁଁ ଟେଷ୍ଟ ମ୍ୟାଚ ଖେଳିବାରେ କିଛି ଅସୁବିଧା ନାହିଁ । ଏହା ମୋ ପାଇଁ ଏକ ସହଜ ନିଷ୍ପତି । ଏହାକୁ ନେଇ ଅନ୍ୟମାନେ ଦ୍ୱନ୍ଦରେ ପଡିବାର ଅର୍ଥ ମୁଁ ବୁଝିପାରୁ ନାହିଁ ବୋଲି ହିଟମ୍ୟାନ କହିଛନ୍ତି । ଅନ୍ୟପଟେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚର ପ୍ରତିନିଧିତ୍ୱ କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular