ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଆୟୋଜିତ ପ୍ରତିବାଦକାରୀ କୃଷକମାନଙ୍କ ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସାକାଣ୍ଡରେ ଆହତ ହୋଇ ସିଭିଲ୍ ଲାଇନସ୍ଥିତ ଶୁଶ୍ରୂତ ଟ୍ରମା ସେଣ୍ଟର୍ରେ ଚିକିତ୍ସାଧୀନ ଥିବା ପୁଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭେଟିଛନ୍ତି । ସୂଚନା ଅନୁସାରେ, ଏହି ହିଂସାକାଣ୍ଡରେ ୩୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସାକାଣ୍ଡ ସଙ୍ଗଠିତ ହେବା ଏବଂ ପ୍ରତିବାଦକାରୀମାନେ ଲାଲ୍ କିଲ୍ଲାରେ ପହଞ୍ଚିବା ପରେ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ନିମନ୍ତେ ଅଧିକ ସୁରକ୍ଷା କର୍ମଚାରୀ ମୁତୟନ କରିବାକୁ ନିର୍ଦେଶ ଦେଇଥିଲେ । ଏହି ହିଂସାକାଣ୍ଡରେ ସମ୍ପୃକ୍ତ ବୋଲି ଏଫଆଇଆରରେ ଉଲ୍ଲେଖ ଥିବା କୃଷକ ନେତାମାନଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଲୁକଆଉଟ ନୋଟିସ ଜାରି କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ ଭାବେ ସମ୍ପୃକ୍ତ କୃଷକ ନେତାମାନଙ୍କର ପାସପୋର୍ଟ ଜବତ କରାଯିବ ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0