spot_img

ଆସନ୍ତୁ ଜାଣିବା ଆଜି ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୭୮୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ
ଅନୁଗୁଳ ଜିଲ୍ଲାରୁ ୫ ଜଣ, ବାଲେଶ୍ୱର ୨୧ ଜଣ, ବରଗଡ ୧୨ ଜଣ, ଭଦ୍ରକ ୧୨ ଜଣ, ବଲାଙ୍ଗୀର ୨୦ ଜଣ, କଟକ ୬୨ ଜଣ, ଢେଙ୍କାନାଳ ୩ ଜଣ, ଗଜପତି ୨୨ ଜଣ, ଗଞ୍ଜାମ ୨୧୮ ଜଣ, ଜଗତସିଂହପୁର ୮ ଜଣ, ଯାଜପୁର ୮ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୭ ଜଣ, କନ୍ଧମାଳ ୨୧ ଜଣ, କେନ୍ଦ୍ରାପଡା ୮ ଜଣ, କେନ୍ଦୁଝର ୧୦ ଜଣ, ଖୋର୍ଦ୍ଧା ୧୨୩ ଜଣ, କୋରାପୁଟ ୧୦ ଜଣ, ମାଲକାନ।ଗିରି ୧୧ ଜଣ, ମୟୁରଭଞ୍ଜ ୨୧ ଜଣ, ନବରଙ୍ଗପୁର ୩ ଜଣ, ନୟାଗଡ ୨୦ ଜଣ, ନୂଆପଡ଼ାରୁ ଜଣେ, ପୁରୀ ୫୦ ଜଣ, ରାୟଗଡା ୩୭ ଜଣ, ସମ୍ବଲପୁର ୨୨ ଜଣ, ସୁବର୍ଣ୍ଣପୁର ୭ ଜଣ, ବୌଦ୍ଧରୁ ଜଣେ, ସୁନ୍ଦରଗଡରୁ ୩୯ ଜଣଙ୍କ ମୃତ୍ୟୁ ହୋଇଛି ।
୨୯ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ପଡ଼ିଛି ଦେବଗଡ଼ ଜିଲ୍ଳା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular