ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୬୫୬ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୧୫ ଜଣ, ବରଗଡ ୯ ଜଣ, ଭଦ୍ରକ ୧୦ ଜଣ, ବଲାଙ୍ଗୀର ୧୨ ଜଣ, କଟକ ୫୪ ଜଣ, ଢେଙ୍କାନାଳ ୨ ଜଣ, ଗଜପତି ୧୮ ଜଣ, ଗଞ୍ଜାମ ୨୧୫ ଜଣ, ଜଗତସିଂହପୁର ୬ ଜଣ, ଯାଜପୁର ୭ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୬ ଜଣ, କନ୍ଧମାଳ ୧୭ ଜଣ, କେନ୍ଦ୍ରାପଡା ୩ ଜଣ, କେନ୍ଦୁଝର ୮ ଜଣ, ଖୋର୍ଦ୍ଧା ୯୬ ଜଣ, କୋରାପୁଟ ୭ ଜଣ, ମାଲକାନଗିରି ୮ ଜଣ, ମୟୁରଭଞ୍ଜ ୧୩ ଜଣ, ନବରଙ୍ଗପୁର ୨ ଜଣ, ନୟାଗଡ ୧୭ ଜଣ, ପୁରୀ ୨୮ ଜଣ, ରାୟଗଡା ୩୪ ଜଣ, ସମ୍ବଲପୁର ୨୦ ଜଣ, ସୁବର୍ଣ୍ଣପୁର ୫ ଜଣ, ବୌଦ୍ଧରୁ ଜଣେ, ସୁନ୍ଦରଗଡରୁ ୩୯ ଜଣଙ୍କ ମୃତ୍ୟୁ ହୋଇଛି ।
୨୮ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ୨ ପଡ଼ିଛି ଜିଲ୍ଳା । ସେଗୁଡ଼ିକ ହେଉଛି ଦେବଗଡ଼,ନୂଆପଡ଼ା।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0