ବିଗବସ ବିଜେତା ତଥା ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଆମ ଗହଣରେ ଆଉ ନାହାନ୍ତି | ସିଦ୍ଧାର୍ଥଙ୍କ ଏପରି ଅଚାନକ ମୃତ୍ୟୁରେ ତାଙ୍କ ଫ୍ୟାନ୍ସ ଓ ସାଙ୍ଗସାଥି ଏବେ ମଧ୍ୟ ବିଶ୍ୱାସ କରି ପାରୁ ନାହାନ୍ତି | ପ୍ରାୟତଃ ଟେଲି ଅଭିନେତା ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ପୋଷ୍ଟ କରୁଛନ୍ତି | କିନ୍ତୁ ଏବେ ବିଗବସ 14 ର କଣ୍ଟେଷ୍ଟାଣ୍ଟ ଏଜାଜ ଖାନଙ୍କ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି | ସେ ଲେଖିଛନ୍ତି ସିଦ୍ଧାର୍ଥ ମୁ ତମକୁ ବହୁତ ମିସ କରୁଛି | ମୋର ତମ ସହ କଥା ହେବାର ଅଛି ଯେଉଁ କଥା ବାକି ରହିଛି | ମୁଁ ତମକୁ କେମିତି ଭୁଲ ମାଗିବି | ବିଗବସ ପରେ ତମ ସହ ସାକ୍ଷାତ କରି ନଥିଲି କି କଲ ମଧ୍ୟ କରି ନଥିଲି | ମୁଁ ଭାବୁଥିଲି କେଉଁଠି ନା କେଉଁଠି ଦେଖା ହେଇଯିବ | କିନ୍ତୁ ଏମିତି ହେବ ବୋଲି ମୁ କେବେ କଳ୍ପନା କରି ନଥିଲି | ସେ ଆହୁରି ଲେଖିଛନ୍ତି ତମ ଜୀବନଶୈଳୀକୁ ମୁ ଅନୁସରଣ କରିବି | ଧନ୍ୟବାଦ ଭାଇ ତମ ଜୀବନରେ ମତେ ସାମିଲ କରେଇ ଥିବାରୁ |



Visitors Today : 4
Total Visitors : 130173
Total Views : 9891620
Visitors Online Now : 0