ମୁମ୍ବାଇ: ବଲିଉଡ ଷ୍ଟାର ହ୍ରିତିକ ରୋଶନ ୨୦୧୬ ଫେକ୍ ଇ-ମେଲ୍ ମାମଲାରେ ନିଜର ବୟାନ ରେକର୍ଡ କରାଇବାକୁ ଆଜି ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି। ୨୦୧୬ରେ ତାଙ୍କ ନାଁରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଇ-ମେଲ୍ ପଠାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏହି କାରଣରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଦିନ ୧୧ଟାରେ ଅଫିସରରେ ହାଜର ହେବାକୁ କହିଥିଲା। ସମନ୍ ଅନୁସାରେ ହ୍ରିତିକ କଳା ଟି-ଶର୍ଟ, ଜିନ୍ସ ଓ କ୍ୟାପ୍ ପିନ୍ଧି ନିଜ ଘରୁ ବାହାରିଥିଲେ। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କ୍ରାଇମବ୍ରାଞ୍ଚ ଅଫିସକୁ ଯାଇଥିଲେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0