ପୁଣେରେ ପୁଣି କଡାକଡି ହେଲା କୋଭିଡ୍ ନିୟମ । ଗତ କିଛି ଦିନ ଧରି ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଛି । ବିଶେଷକରି କିଛି ଅଂଚଳରେ ସଂକ୍ରମଣ ଅଚାନକ ଭାବେ ବୃଦ୍ଧି ପାଉଛି । ତେଣୁ ଏହାକୁ ଆଖି ଆଗରେ ରଖି ମହାରାଷ୍ଟ୍ରର କିଛି ଅଂଚଳରେ ନିୟମ କଡାକଡି କରାଯାଇଛି । ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର । ଏନେଇ ଆଜି ପୁଣେର ମେୟର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ରାତି ୧୧ଟାରୁ ସକାଳ ୬ଟା ଯାଏଁ ସେଠାରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ସହରରେ ଏବେ କୋଭିଡ୍ ନିୟମ କଡାକଡି କରାଯିବା ସହିତ ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ ବୋଲି କୁହାଯାଇଛି । ଏହାପୂର୍ବରୁ ମଧ୍ୟ ଫେବୃଆରୀ ୨୮ ତାରିଖ ଯାଏଁ ସେଠାରେ କଟକଣା ବଳବତ୍ତର ରହିଥିଲା । ଏବେ ସଂକ୍ରମଣ ବଢୁଥିବା ଦେଖ ଏହି କଟକଣାକୁ ମାର୍ଚ୍ଚ ୧୪ ଯାଏଁ ବୃଦ୍ଧି କରାଯାଇଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0