ଭୁବନେଶ୍ୱର: ଚଳିତ ବର୍ଷର କୃଷି ଓଡ଼ିଶା-୨୦୨୧ ର ଶୁଭ ଉଦଘାଟନ । ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଏହାକୁ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଛନ୍ତି । ଉକ୍ତ ସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସଭାରେ ଶେଷରେ ଆର, ରଘୁନାଥ ପ୍ରସାଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କୃଷି ମେଳା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓ ଏଫସିସିଆଇ ସହଯୋଗିତାରେ ଆୟୋଜନ କରାଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0