spot_img

ଡମପଡ଼ା ଅଭୟାରଣ୍ୟକୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି

ଭୁବନେଶ୍ୱର: ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ବୃଦ୍ଧି ପାଇବାରେ ଲାଗିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ବିଦେଶୀ ପକ୍ଷୀଙ୍କ ସଂଖ୍ୟା ପ୍ରାୟ ୫ହଜାର ବୃଦ୍ଧି ପାଇଛି  । ଗତବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ୧୬,୦୧୩ ଥିବାବେଳେ ଚଳିତବର୍ଷ ୨୧,୯୪୮ରେ ପହଞ୍ଚିଛି  । ବିଦେଶୀ ପକ୍ଷୀମାନଙ୍କ ମାଧ୍ୟରେ ଅଛନ୍ତି ୱେଟଲ୍ୟାଣ୍ଡ ବାର୍ଡ଼, ମାଗ୍ରଟୋରୀ ବାର୍ଡ଼, ଏରୀଷ୍ଟାର ବାର୍ଡ଼, ନରଟେଲ ପ୍ରିନଟେଡ଼ ଭଳି ପକ୍ଷୀ  । ଚନ୍ଦକା ୱାଇଲଡ ଲାଇଫ ପକ୍ଷରୁ ଏକ ୧୨ଜଣିଆ ଟିମ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ  । ଏମାନଙ୍କ ବ୍ୟତୀତ ଚନ୍ଦକା ରେଞ୍ଜର ଏସିଏଫ, ରେଞ୍ଜ ଅଫିସର, ଫରେଷ୍ଟ ଗାର୍ଡ ଟିମ ଏଥିରେ ସାମିଲ ହୋଇଥିଲେ  ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular