ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୮ଶହ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୮୯୨କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୮ଶହ ୬୧ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୨୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୫ ୮୩ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୮୬ ଜଣ, ପୁରୀରୁ ୨୦୦ ଜଣ, ରାୟଗଡ଼ାରୁ ୧୫୩ ଜଣ, ଭଦ୍ରକରୁ ୭୪ ଜଣ, ମୟୂରଭଞ୍ଜରୁ ୧୨୨ ଜଣ, ସୁନ୍ଦରଗଡ଼ରୁ ୯୬ ଜଣ, ବରଗଡ଼ରୁ ୧୭୬ ଜଣ, କେନ୍ଦୁଝରରୁ ୬୬ ଜଣ, ଗଞ୍ଜାମରୁ ୯୧ ଜଣ, ନବରଙ୍ଗପୁରରୁ ୪୪ ଜଣ, କେରାପୁଟରୁ ୮୬ ଜଣ, ସମ୍ବଲପୁରରୁ ୭୭ ଜଣ, ନୟାଗଡ଼ରୁ ୫୭ ଜଣ, ସୁବର୍ଣ୍ଣପୁରରୁ ୧୧୭ ଜଣ, ଜଗତସିଂହପୁରରୁ ୮୬ ଜଣ, ଅନୁଗୁଳରୁ ୧୨୦ ଜଣ, କେନ୍ଦ୍ରାପଡ଼ାରୁ ୮୩ ଜଣ, ବୌଦ୍ଧରୁ ୨୨ ଜଣ, ବଲାଙ୍ଗିରରୁ ୭୫ ଜଣ, ନୂଆପଡ଼ାରୁ ୪୮ ଜଣ, ଝାରସୁଗୁଡ଼ାରୁ ୧୯୯ ଜଣ, କଳାହାଣ୍ଡିରୁ ୨୮ ଜଣ, କନ୍ଧମାଳରୁ ୨୫ ଜଣ, ଦେବଗଡ଼ରୁ ୧୨ ଜଣ, ଯାଜପୁରରୁ ୨୮୫ ଜଣ, ଢ଼େଙ୍କାନାଳରୁ ୭୪ ଜଣ, ଗଜପତିରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୩୩ ଜଣ ଓ ବାଲେଶ୍ୱରରୁ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0