ସିଡନୀ: ଭାରତ-ଅଷ୍ଟ୍ରେଲିଆ ଟି- ଟ୍ୱେଣ୍ଟି ସିରିଜର ଆଜି ଦ୍ୱିତୀୟ ମ୍ୟାଚ । ପ୍ରଥମ ମ୍ୟାଚ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି । ତେବେ ଆଜିର ମ୍ୟାଚ ଜିତି ସିରିଜକୁ ହାତେଇବା ଲକ୍ଷରେ ରହିଛି ଭାରତୀୟ ଦଳ । ସେପଟେ ଘରୋଇ ଦଳ ମଧ୍ୟ ମ୍ୟାଚ ଜିତି ସିରିଜରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ । ଅନ୍ୟପଟେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟି-୨୦ ସିରିଜରୁ ବାଦ ପଡିଛନ୍ତି । ଯାହାଫଳରେ ଭାରତୀୟ ଦଳକୁ ଏକ ଶକ୍ତ ଝଟକା ମିଳିଛି । ଯଦିଆମେ ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚକୁ ଦେଖିବା, ଭାରତୀୟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଜବରଦସ୍ତ ବୋଲିଂ କରି ପ୍ରଥମ ଟି-୨୦ ମ୍ୟାଚକୁ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହା ସହ ପ୍ଲେୟର ଅଫ ଦି ମ୍ୟାଚ ମଧ୍ୟ ବିବେଚିତ ହୋଇଥିଲେ । ତେବେ ଆଜିର ମ୍ୟାଚରେ ଭାରତୀୟ ଦଳ ବଡ ଟାର୍ଗେଟ କରିବା ଲକ୍ଷରେ ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ଦଳର ବଡ ସ୍କୋରକୁ ମଧ୍ୟ ଚେଜ କରିବାରେ ସକ୍ଷମ ବୋଲି କ୍ୟାପଟେନ ବିରାଟ କୋହଲି ଆଶା ବାନ୍ଧିଛନ୍ତି । ଅନ୍ୟପଟେ ବିପକ୍ଷ ଦଳର ଅଧିନାୟକ ଆରୋନ ଫିଞ୍ଚ ସମ୍ପୂର୍ଣ୍ଣ ରୂପେ ଫିଟ ନାହାଁନ୍ତି । ତାଙ୍କ ସହ ଷ୍ଟାର ଓପନର ଡେଭିଡ ୱାର୍ନର ମଧ୍ୟ ଆଜିର ମ୍ୟାଚରୁ ବାଦ ପଡିଛନ୍ତି । ପୂର୍ବ ମ୍ୟାଚରେ ଭାରତୀୟ ଦଳର ଷ୍ଟାର ସ୍ପିନର ଚହଲ ଅଷ୍ଟ୍ରେଲିଆ ଦଳର ବିସ୍ପୋରକ ବ୍ୟାଟ୍ସମ୍ୟାନ ମାନଙ୍କ ଉପରେ ଭାରି ପଡିଥିବାର ଦେଖିବାକୁ ମିଳିଥିଲା । ଯାହାଫଳରେ ଭାରତୀୟ ଦଳ ପାଇଁ ଆଜିର ମ୍ୟାଚକୁ ଜିତିବା ସୁବିଧାଜନକ ହେବ ବୋଲି ଖେଳ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0