ନୂଆଦିଲ୍ଲୀ: ଭାରତ ପୁଣିଥରେ ଚୀନକୁ ଝଟକା ଦେଇଛି । ଆର୍ଥିକ ଓ ସାମାଜିକ ପରିଷଦ (ଇସିଓଏସଓସି) ସଂସ୍ଥା ସଂଯୁକ୍ତ ରାଷ୍ଟ୍ରର କମିଶନ ଅନ୍ ଷ୍ଟେଟସ୍ ଅଫ୍ ଓମେନ୍ ର ସଦସ୍ୟ ରୂପରେ ଭାରତକୁ ବଛାଯାଇଛି । ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍ ତିରୁମୂର୍ତ୍ତି ଏହା ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଇସିଓଏସଓସିରେ ଭାରତ ସିଟ୍ ଜିଣିଛି । ଭାରତକୁ କମିଶନ୍ ଅନ୍ ଷ୍ଟେଟସ୍ ଅଫ୍ ଓମେନ (ସିଏଓଡବ୍ଲ୍ୟୁ)ର ସଦସ୍ୟ ଚୟନ କରାଯାଇଛି । ଆମର ସମସ୍ତ ପ୍ରୟାସରେ ଲିଙ୍ଗିକ ସମାନତା ଓ ମହିଳା ସଶକ୍ତିକରଣକୁ ଅଗ୍ରାଧିକାର ଦେବା ପାଇଁ ଆମ ପ୍ରତିବଦ୍ଧତାର ଏକ ମହତ୍ତ୍ୱପୂର୍ଣ୍ଣ ସମର୍ଥନ । ଆମେ ସମସ୍ତ ସଦସ୍ୟ ଦେଶକୁ ତାଙ୍କର ସମର୍ଥନ ପାଇଁ ଧନ୍ୟବାଦ ଦେଉଛୁ । ଭାରତ, ଆଫଗାନିସ୍ତାନ ଓ ଚୀନ, ‘କମିଶନ ଅନ୍ ଷ୍ଟେଟସ୍ ଅଫ୍ ଓମେନ୍’ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ଏଥିରେ ଭାରତ ଓ ଆଫଗାନିସ୍ତାନ ୫୪ ଜଣ ସଦସ୍ୟଙ୍କ ମତଦାନ ସହ ବିଜେତା ହୋଇଥିଲେ । ଚୀନ ଅଧା ଭୋଟ୍ ମଧ୍ୟ ଜୁଟାଇ ପାରିନଥିଲା । ବିଜିଙ୍ଗ୍ କନ୍ଫେରେନ୍ସ ଅନ୍ ଓମ୍ୟାନ (୧୯୯୫) ର ଏହା ୨୫ ତମ ଜନ୍ମଦିବସ । ଏହି ଅବସରରେ ଚୀନ ଭାରତଠାରୁ ପରାଜିତ ହୋଇଛି । ଭାରତ ୨୦୨୧ରୁ ନେଇ ୨୦୨୫ ଯାଏ ଏହି ଆୟୋଗର ସଦସ୍ୟ ରହିବ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0