spot_img

ସୀମାରେ ଭାରତ-ଚୀନ ସଂଘର୍ଷ,ଭାରତର ୨୦ ଯବାନ ସହିଦ, ଚୀନ୍ ୪୩ ମୃତ

ନୂଆଦିଲ୍ଲୀ : ଲଦାଖର ଗଲ୍ଓ୍ଵାନ୍ ଘାଟିରେ ଚୀନ୍ ସେନାଙ୍କ ସହ ଭାରତୀୟ ସେନାଙ୍କ ମଧ୍ୟରେ (ମଙ୍ଗଳବାର)ମୁହାଁ ମୁହିଁ ସଂଘର୍ଷ ରେ। ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଜଣ ସୈନିକ ସହିଦ ହୋଇଥିବା ବେଳେ ଚୀନ୍ର ୪୩ ଜର ସୈନିକ ମୃତାହାତ ହୋଇଛନ୍ତି।କିନ୍ତୁ ଚୀନ୍ ୫ ଜଣ ସୈନିକ ମରିଥିବାର ସ୍ବୀକାର କରୁଛି। ଭାରତୀୟ ସେନାଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ର‌୍ୟାଙ୍କର ଅଫିସର ଥିବା ଜଣାଯାଇଛି ।

ଗତ ୪୫ ବର୍ଷ ମଧ୍ୟରେ ଭାରତ-ଚୀନ ସୀମାରେ ଏଭଳି ସଂଘର୍ଷ କେବେ ଦେଖିବାକୁ ମିଳିନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସଂପର୍କରେ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଦଳର ନେତାମାନଙ୍କ ସହିତ ବିଚାରବିମର୍ଶ ଜାରି ରଖିଛନ୍ତି। ତେବେ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇ ନଥିଲେ ମଧ୍ୟ ହାତାହାତିରେ ଏପରି ଅବସ୍ଥା ଉପୁଜିଥିବା ଏଏନ୍ଆଇ ପକ୍ଷରୁ ପ୍ରକାଶ ପାଇଛି । ଚୀନ ସେନା ଏଠାରେ ବାରମ୍ବାର ଏଲ୍ଏସି ଅତିକ୍ରମ କରି ଉତ୍ତେଜନା ସୃଷ୍ଟି କରି ଚାଲିଥିବା ବେଳେ ଭାରତୀୟ ସେନା ମଧ୍ୟ ଏହାର ମୁହାଁ ମୁହିଁ ଜବାବ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular