ନୂଆଦିଲ୍ଲୀ: ଭାରତ ସରକାର ଆଜି ୧୮ ଜଣ ପାକିସ୍ଥାନର ପଳାତକ ଆତଙ୍କବାଦୀଙ୍କୁ ବ୍ୟକ୍ତିଗତ ଆତଙ୍କବାଦୀ ଘୋଷଣା କରିଛନ୍ତି । ସେମାନଙ୍କ ମଧ୍ୟରେ ୧୯୯୩ର ମୁମ୍ବାଇ ଧାରାବାହିକ ବିସ୍ଫୋରଣ ଓ ୨୦୦୮ ମୁମ୍ବାଇ ଆକ୍ରମଣ ସହ ଜଡିତ ଆତଙ୍କବାଦୀ, ୨୦୧୬ ପଠାଣକୋଟ ବାୟୁସେନା ଘାଟି ଆକ୍ରମଣ ଓ ୨୦୧୯ ପୁଲବାମା ବିସ୍ଫୋରଣ ସହ ଜଡିତ ଆତଙ୍କବାଦୀ, ୧୯୯୯ ଭାରତୀୟ ବିମାନ ଅପହରଣ ଓ ଭାରତୀୟ ମୁଜାହିଦ୍ଦିନ ଆକ୍ରମଣ ସହ ଜଡିତ ଆତଙ୍କବାଦୀଙ୍କ ସମେତ ଜାମ୍ମୁକାଶ୍ମୀରରେ ବର୍ଷ ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇ ଆସିଥିବା ଆତଙ୍କବାଦୀମାନେ ରହିଛନ୍ତି । ସୂଚନା ଅନୁସାରେ, ସଂଶୋଧିତ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ବଳରେ ସେମାନଙ୍କୁ ‘ବ୍ୟକ୍ତିଗତ ଆତଙ୍କବାଦୀ’ ଭାବେ ଘୋଷଣା କାରିବା ପରେ ସେମାନଙ୍କ ସମ୍ପତ୍ତିର ବାଜ୍ୟାପ୍ତି ପ୍ରକିୟା ଆରମ୍ଭ ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0