ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ମ୍ୟାଚ ଫି’ର ୨୦ ପ୍ରତିଶତ ଫାଇନ ଦେଇଛି । ତେବେ ମନ୍ଥର ଓଭର ହାର ପାଇଁ ଟିମ ଇଣ୍ଡିଆ ଏହି ଫାଇନ ଦେଇଥିବାର ସୂଚନା ମିଳିଛି । ଆଇସିସି ମ୍ୟାଚ ରେଫରି ଡେଭିଡ ବୁ୍ୟନ ଏହି ଫାଇନଟି ଲଗାଇଛନ୍ତି । ଆଇସିସିର କହିବା ଅନୁସାରେ, ଆଇସିସି ଖେଳାଳି ଏବଂ ସହଯୋଗୀ କର୍ମୀଙ୍କ ପାଇଁ ଆଚରଣ ଧାରା ୨.୨୨ ଅନୁସାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ପୂରଣ କରିବାରେ ବିଫଳ ହେଲେ ଦଳକୁ ମ୍ୟାଚ ଫି’ର ୨୦ ପ୍ରତିଶତ ଫାଇନ ଦେବା ପାଇଁ ପଡିଥାଏ ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0