spot_img

‘ଅମୃତ’ ଯୋଜନାରେ ଓଡ଼ିଶାକୁ ୮୮୫.୫୮ କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ଭାରତ ସରକାର ‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାକୁ ୨୦୧୫-୨୦ ମଧ୍ୟରେ ୮୮୫.୫୮ କୋଟି ପ୍ରଦାନ କରିଛନ୍ତି । ଏହି ଯୋଜନା ଅଧିନରେ ଓଡିଶାକୁ ୧୯୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ସେଥିମଧ୍ୟରୁ ୧୫୨ଟି ପ୍ରକଳ୍ପ ସମାପ୍ତ ହୋଇଛି ଓ ଅବଶିଷ୍ଟ ୩୯ ପ୍ରକଳ୍ପର କାମ ଜାରି ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ କରି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ତାଙ୍କ ଟ୍ଵିଟରେ ଲେଖିଛନ୍ତି ଯେ, ପାନୀୟ ଜଳ ଯୋଗାଣ, ସ୍ବରେଜ ଓ ପରିମଳ ପରିଚାଳନା, ବର୍ଜ୍ୟ ଜଳ ନିଷ୍କାସନ, ସବୁଜ ପରିବେଶ, ପାର୍କ ଓ ଅଣ-ମୋଟର ଚାଳିତ ସହରାଞ୍ଚଳ ପରିବହନ ଭଳି ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା ଅଧୀନରେ ଓଡ଼ିଶା ପାଇଁ ୧୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଅଟଳ ମିଶନ ‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାର ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା ଓ ସମ୍ବଲପୁର ଭଳି ସହର ଗୁଡିକରେ ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର । ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ସିଟି ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରୀକାଳିନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ପୂରଣ କରୁଛି । ଏହା ଓଡ଼ିଶାରେ ସହରାଞ୍ଚଳ ବିକାଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular