ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଏକଦିବଶୀୟ ମ୍ୟାଚ୍ ପାଇଁ ଭାରତ ପକ୍ଷରୁ ଖେଳାଳୀ ତାଲିକା ଘୋଷଣା କରାଯାଇଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୩ ଟି ଏକଦିବଶୀୟ ମ୍ୟାଚ୍ ପୁଣେ ଠାରେ ଖେଳାଯିବ । ଘୋଷଣା ହୋଇଥିବା ଖେଳାଳୀ ତାଲିକାରେ ସୂର୍ଯ୍ୟକୁମାର ଯାଦବ, କୃଣାଲ ପାଣ୍ଡ୍ୟା, ଓ ପ୍ରସିଦ୍ଧ କୃର୍ଷ୍ଣାଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଏହି ୩ ଟି ମ୍ୟାଚରୁ ବାଦ ପଡିଛନ୍ତି ଇଶାନ କିଷନ । ପ୍ରସିଦ୍ଧ କୃର୍ଷ୍ଣା କର୍ଣ୍ଣାଟକ ତରଫରୁ ବିଜୟ ହଜାରେ ଟ୍ରଫି ଖେଳି ୭ ଟି ମ୍ୟାଚରେ ୧୪ ଟି ୱିକେଟ୍ ହାସଲ କରି ବିସିସିଆଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । ସେହିପରି ପାଣ୍ଡ୍ୟା ନିଜର ବଡୋଦା ଟିମ୍ ପାଇଁ ଜଣେ ଅଲରାଉଣ୍ଡର ଭାବେ ବିଜୟ ହଜାରେ ଟ୍ରଫି ଖେଳି ଭଲ ପ୍ରଦର୍ଶନ କରିଥିଲେ । ୩ ଟି ଯାକ ମ୍ୟାଚ୍ ପୁଣେ ଠାରେ ଖେଳାଯିବ । ପ୍ରଥମ ମ୍ୟାଚ୍ ମାର୍ଚ୍ଚ୨୩, ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୨୬ ଓ ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨୮ ତାରିଖରେ ଖେଳାଯିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0