spot_img

କରୋନା ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ୧୬ ଜାନୁଆରୀ ଠାରୁ କରୋନା ମାହାମାରୀ ପାଇଁ ଟିକାକରଣ ଆରମ୍ଭ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଟିକାକରଣ ନେଇ କିଭଳି ପ୍ରସ୍ତୁତି ଚାଲିଛି ତାହା ଉପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଛନ୍ତି କି ସର୍ବପ୍ରଥମେ ଆଗଧାଡିର କରୋନା ଯୋଦ୍ଧା ମାନଙ୍କୁ କିଭଳି ଟିକା ଦିଆଯାଇ ପାରିବ ସେନେଇ ଗୁରୁତ୍ୱ ଦିଅନ୍ତୁ । ସେ ଆହୁରି କହିଛନ୍ତି କି କରୋନା ବିରୋଧ ଲଢେଇରେ ଆମେ ନିର୍ଣ୍ଣାୟକ ସ୍ଥରରେ ପହଂଚିଛୁ । ଏହାସହ ବିଶ୍ୱର ସବୁଠାରୁ ବୃହତ ଟିକାକରଣ କରିବାକୁ ଭାରତ ପ୍ରସ୍ତୁତ ହୋଇଛି । ଭାରତ ଯେଉଁ ଦୁଇଟି ଟିକାକୁ ମଞ୍ଜୁରୀ ଦେଇଛନ୍ତି ତାହା ଭାରତରେ ତିଆରି ହୋଇଛି । ଭାରତର ସ୍ଥିତିକୁ ଲକ୍ଷ କରି ଏହି ଦୁଇଟି ଟିକାକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମଞ୍ଜୁରୀ ମିଳିଥିବା ୨ ଟି ଭ୍ୟାକସିନ୍ ବ୍ୟତିତ ଅନ୍ୟ ୪ ଟି ଭ୍ୟାକସିନ ଏବେ ଟ୍ରଏଲ ସ୍ତରରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଆମର ବୈଜ୍ଞାନିକ ମାନେ କିଭଳି ସୁରକ୍ଷିତ ଟିକା ଲୋକମାନଙ୍କୁ ଦିଆଯାଇ ପାରିବ ତାହାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କୁ ଭରଶା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular