spot_img

ଦ୍ୱିତୀୟ ଟେଷ୍ଟରୁ ବାଦ ପଡିପାରନ୍ତି ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିନପାରନ୍ତି ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ । ପ୍ରଥମ ଟେଷ୍ଟରେ ଇଂଲଣ୍ଡର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଣ୍ଡରସନ । ତେବେ ଦ୍ୱିତୀୟ ଟେଷ୍ଟରୁ ଦଳ ତାଙ୍କୁ ବାହାରେ ରଖି, ଚୂଡାନ୍ତ ଦଳରେ ଷ୍ଟୁଆର୍ଟ ବ୍ରଡଙ୍କୁ ଖେଳାଇପାରେ । ଦ୍ବିତୀୟ ଟେଷ୍ଟରେ ଦଳ ଆଣ୍ଡରସନଙ୍କୁ ବିଶ୍ରାମ ଦେଇ ଅନ୍ୟତମ ପ୍ରମୁଖ ପେସ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେବାକୁ ଦଳ ବିଚାର କରୁଥିବା , କୋଚ କ୍ରିସ ସିଲଭରଉଡ ସୂଚନା ଦେଇଛନ୍ତି । ଆଣ୍ଡରସନଙ୍କୁ ବାହାରେ ରଖିବା କଷ୍ଟକର ନିଷ୍ପତି ହୋଇଥିଲେ ମଧ୍ୟ ଇଂଲଣ୍ଡ ଏହା ଉପରେ ବିଚାର କରୁଥିବା , ଇଂଲଣ୍ଡ କୋଚ କହିଛନ୍ତି । ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳାଳିଙ୍କୁ ବିଶ୍ରାମ ଆବଶ୍ୟକ । ଭାରତର ଗରମ ପରିବେଶରେ ଇଂଲଣ୍ଡ ଲଂବା ସିରିଜ ଖେଳିବ । ସେଥିପାଇଁ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ନଜରରେ ରଖି ଦଳ ଏହାର ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଫିଟ ରଖିବାକୁ ଯୋଜନା ରଖିଛି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଆଣ୍ଡରସନ ଖେଳିଥିବା ବେଳେ ବ୍ରଡଙ୍କୁ ଦ୍ୱିତୀୟ ଟେଷ୍ଟ ଖେଳିବାର ସୁଯୋଗ ମିଳିଥିଲା । ଏହି ନିୟମକୁ ଦେଖିବାକୁ ଗଲେ ଆସନ୍ତା ଶନିବାର ଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଜେମ୍ସ ଆଣ୍ଡରସନଙ୍କୁ ଦଳ ବାହାରେ ରଖି, ଷ୍ଟୁଆର୍ଟ ବ୍ରଡଙ୍କୁ ସ୍ଥାନ ଦେଇପାରେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular