spot_img

ଆତଙ୍କବାଦୀଙ୍କ କବଳରୁ ୧୨ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ସେନା

ବାରାମୁଳା : ଉତ୍ତର କାଶ୍ମୀରର ବାରାମୂଳାଠାରେ ଶୁକ୍ରବାର ଦିନ ସୁରକ୍ଷାବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଫଳରେ ୩ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ମୃତ ଆତଙ୍କବାଦୀମାନେ ଦୁଇଟି ପରିବାରର ୧୨ ଜଣ ଲୋକଙ୍କୁ ବନ୍ଧକ ରଖିଥିଲେ । ଗୁଳି ବିନିମୟ ପରେ ସେହି ଲୋକମାନଙ୍କୁ ଭାରତୀୟ ସେନା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ମୃତ ଆତଙ୍କବାଦୀମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛିି । ଏହି ଅପରେଶନରେ ଭାରତୀୟ ସେନାର ଜଣେ ମେଜର ଏବଂ ଦୁଇଜଣ ପୁଲିସ କର୍ମୀ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବାରାମୁଳା ଜିଲ୍ଲା ପଟ୍ଟନ ଅଞ୍ଚଳର ୟାଦିପୋରାରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଗୁରୁବାର ଦିନ ମଧ୍ୟ ରାତିରେ ସେନା ଓ ସିଆରପିଏଫ ଯବାନମାନେ ପଟ୍ଟନ ଓ ବାରାମୁଳା ଅଞ୍ଚଳକୁ ଘେରାଉ କରି ସର୍ଚ ଅପରେଶନ ଜାରି କରିଥିଲେ । ଶୁକ୍ରବାର ସକାଳ ୬ଟା ସମୟରେ ଏକ ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାବଳଙ୍କ ଉପରେ ଫାୟାରିଂ କରିଥିଲେ । ଜଣେ ସୈନ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ଅପରେଶନ ଆରମ୍ଭ ହେବା ପୂର୍ବରୁ ଆତଙ୍କବାଦୀମାନଙ୍କୁ ସମର୍ପଣ କରିବାକୁ ସୁଯୋଗ ଦିଆଯାଇଥିଲା । ସେମାନେ ସମର୍ପଣ କରିବା ପରିବର୍ତ୍ତେ ୨ ପରିବାରର ୧୨ ଜଣଙ୍କୁ ଉଠାଇ ନେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଛୋଟ ପିଲା ମଧ୍ୟ ରହିଛି । ପରବର୍ତ୍ତି ମୁହୁର୍ତ୍ତରେ ଉଭୟ ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଫଳରେ ୩ଜଣ ଆତଙ୍କବାଦୀ ମୃତାହତ ହୋଇଥିବା ବେଳେ ବନ୍ଦୀ କରିଥିବା ୧୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଭାରତୀୟ ସେନା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular