spot_img

କ୍ୱାରାଣ୍ଟାଇନ ନିୟମ କୋହଳ ପାଇଁ କ୍ରିକେଟ ଅଷ୍ଟ୍ରେଲିଆକୁ ଚିଠି ଲେଖିଲା ବିସିସିଆଇ

ନୂଆଦିଲ୍ଲୀ: କ୍ୱାରାଣ୍ଟାଇନ ନିୟମ କୋହଳ କରିବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆକୁ ଚିଠି ଲେଖିଛି ବିସିସିଆଇ । ଟୁର ପାଇଁ ଦୁଇ କ୍ରିକେଟ ବୋର୍ଡ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଭିନ୍ନ ଭିନ୍ନ ସହର ପାଇଁ ଦୁଇ ଅଲଗା କଠିନ କ୍ୱାରାଣ୍ଟାଇନ ନିୟମ ସମ୍ପର୍କରେ ଏଥିରେ କୌଣସି ସର୍ତ୍ତ ନଥିଲା । ବ୍ରିସବେନ ଟେଷ୍ଟ ଜାନୁଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ସହର ପାଇଁ ହୋଇଥିବା କ୍ୱାରାଣ୍ଟାଇନ ନିୟମ ଅନୁସାରେ, ପ୍ରତ୍ୟେକ ଦିନ ଖେଳ ଶେଷ ହେବା ପରେ ଖେଳାଳିମାନଙ୍କୁ ସେମାନଙ୍କ ହୋଟେଲ ରୁମରେ ରହିବାକୁ ପଡିବ । ଅନ୍ୟପଟେ ଏହାକୁ କୋହଳ କରିବା ପାଇଁ ଦୁଇ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ଆଲୋଚନା ଜାରି ରହିଥିଲେ ମଧ୍ୟ ବିସିସିଆଇ ଏକ ଆନୁଷ୍ଠାନିକ ଚିଠି ପଠାଇବା ଲାଗି ନିଷ୍ପତ୍ତି ନେଇଥିଲା । ବିସିସିଆଇର ଦାବି ଅନୁସାରେ, ଖେଳାଳିମାନଙ୍କୁ ବାୟୋ-ବବଲ ହୋଟେଲ ଭିତରେ ପରସ୍ପର ସହ ମିଶିବାକୁ ଅନୁମତି ଦିଆଯାଉ । ଏହା ସହ ସମସ୍ତ ଖେଳାଳିଙ୍କ ହୋଟେଲରେ ଏକତ୍ର ଖାଇବାକୁ ଅନୁମତି ମିଳୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular