ଲଣ୍ଡନ: ଆସନ୍ତା ୨୦୨୧ ବର୍ଷ ଲାଗି ଇଂଲଣ୍ଡ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ । ଏନେଇ ଇଂଲଣ୍ଡ ଏଣ୍ଡ ୱେଲସ କ୍ରିକେଟ ବୋର୍ଡ ଆସନ୍ତା ଅନ୍ତେର୍ଜାତିକ କ୍ରିକେଟ ସିରିଜ ପାଇଁ ଘୋଷଣା କରିଛି । ତେବେ ଭାରତୀୟ କ୍ରିକେଟ ଦଳ ଏହି ଗସ୍ତରେ ୫ଟି ଟେଷ୍ଟ ସିରିଜ ଖେଳିବ । ଅନ୍ୟପଟେ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଅଗଷ୍ଟ ୪ରୁ ଆରମ୍ଭ ହେବ । ଇସିବି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ସିଜିନର ପ୍ରଥମ ମ୍ୟାଚ ଖେଳିବା ପାଇଁ ଯାଉଛି ଶ୍ରୀଲଙ୍କା ଦଳ । ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ୩ଟି ମ୍ୟାଚ ଖେଳିବ । ଏହି ସିରିଜ ଜୁନ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0