spot_img

କ୍ରିକେଟର ଚେତେଶ୍ୱର ପୂଜାରାଙ୍କ ଆଜି ୩୧ତମ ଜନ୍ମଦିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ବିସ୍ପୋରକ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଆଜି ୩୧ତମ ଜନ୍ମଦିନ । ୧୯୮୮ ମସିହା ଜାନୁଆରୀ ୨୫ ତାରିଖରେ ରାଜକୋଟରେ ସେ ଜନ୍ମଗ୍ରହଣ କରିଥିଲେ । ତେବେ ପୂଜାରାଙ୍କ ଏହି ସଫଳତା ପଛରେ ତାଙ୍କ ମା’ଙ୍କର ବହୁତ ବଡ ଅବଦାନ ରହିଛି । ତାଙ୍କ ମା’ ରିନା ସ୍ୱପ୍ନ ଦେଖିଥିଲେ ତାଙ୍କ ପୁଅ ଦିନେ ଭାରତ ପାଇଁ କ୍ରିକେଟ ଖେଳିବେ । ଚେତେଶ୍ୱର ପୂଜାରାଙ୍କ ବାପା ଅରବିନ୍ଦ ପୂଜାରା ମଧ୍ୟ ଖୁବ କମ ବୟସରେ ତାଙ୍କ ପୁଅର ପ୍ରତିଭାଙ୍କୁ ଚିହ୍ନି ପାରିଥିଲେ । ତେବେ ଚେତେଶ୍ୱର ପୂଜାରାଙ୍କୁ ପ୍ରଥମ ବ୍ୟାଟ ତାଙ୍କ ମା’ ଦେଇଥିଲେ । ପୂଜାରାଙ୍କ ମା’ ୧୫୦୦ ଟଙ୍କା ମୂଲ୍ୟରେ ଏକ ବ୍ୟାଟ କିଣି ପୁଅକୁ ଦେଇଥିଲେ । ପୂଜାରାଙ୍କ ମା’ ସେହି ବ୍ୟାଟ ପାଇଁ କିସ୍ତିରେ ଟଙ୍କା ସୁଜୁଥିଲେ । ଅନ୍ୟପଟେ ନିଜର କଠିନ ପରିଶ୍ରମ ଯୋଗୁଁ ଚେତେଶ୍ୱର ପୂଜାରା ଆଜି ଭାରତୀୟ ଦଳରେ ସାମିଲ ହୋଇ ପାରିଛନ୍ତି । ଏହା ସହ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ଚେତେଶ୍ୱର ପୂଜାରା ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular