ବିବାହ କରିବେ ଭାରତୀୟ କ୍ରିକେଟର ଜଶପ୍ରିତ୍ ବୁମରା । ଆଙ୍କର ସଂଜନା ଗଣେଶନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୁମରା । ଗୋଆରେ ହେବ ଏହି ବିବାହ ଉତ୍ସବ । ନିଜେ ଇନଷ୍ଟାଗ୍ରାମରେ ମଧ୍ୟ ବୁମରା , ସଂଜନାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ଦେଶରେ କରୋନା ମହାମାରି ଜାରି ରହିଥିବାରୁ , ବୁମରାଙ୍କ ବିବାହରେ ବହୁ କମ୍ ସଂଖ୍ୟକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ମାତ୍ର ୨୦ ଜଣଙ୍କୁ ନେଇ ବୁମରାଙ୍କର ଏହି ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିବାହ ଉତ୍ସବରେ ସାମିଲ ହେଉଥିବା ସଦସ୍ୟ ସାଥିରେ ମୋବାଇଲ ଫୋନ ମଧ୍ୟ ନେଇପାରିବେ ନାହିଁ । ଜଣେ ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ ସଂଜନା ଗଣେଶନ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0