spot_img

ଭାରତୀୟ କ୍ରିକେଟରଙ୍କ ବଢିଲା ଦରମା

ଭାରତରେ କ୍ରିକେଟ କୁ ନେଇକି ଅଲଗା ପ୍ରକାର ମଜା ରହିଛି | ଭାରତୀୟ କ୍ରିକେଟରଙ୍କ ପାଇଁ ଖୁସି ଖବର । ଖେଳାଳିଙ୍କ ପାରିଶ୍ରମିକ ନେଇ ବଡ ଘୋଷଣା କରିଛି ବିସିସିଆଇ । କରୋନା କାଳରେ ଭାରତୀୟ ଘରୋଇ କ୍ରିକେଟରଙ୍କ ପାରିଶ୍ରମିକ ବଢାଇଛି ବିସିସିଆଇ । ୨୩ ବର୍ଷରୁ କମ ଘରୋଇ କ୍ରିକେଟର ଓ ୧୯ ବର୍ଷରୁ କମ ଘରୋଇ କ୍ରିକେଟରଙ୍କ ପାଇଁ ମ୍ୟାଚ୍ ପିଛା ପାରିଶ୍ରମିକ ଯଥାକ୍ରମେ ୨୫ ହଜାର ଓ ୨୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରିଛି ବୋର୍ଡ । ଦୁବାଇରେ ବସିଥିବା ବିସିସିଆଇର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିସିସିଆଇ ସମ୍ପାଦକ ଜୟ ଶାହା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ବରିଷ୍ଠ ଖେଳାଳି ସର୍ବନିମ୍ନ ୪୦ଟି ମ୍ୟାଚ୍ ଖେଳିଥିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular