କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବିଜେଡି ର ଏକ ବଡ଼ ଧରଣର କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡ଼ାଲ ଙ୍କ ଉପସ୍ଥିତିରେ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏହି ମିଶ୍ରର ପର୍ବରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପ୍ରାୟ ଶତାଧିକ ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁରାମ ପଡ଼ାଲ, ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ବିହନନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଙ୍କ ଆଦର୍ଶ ଏବଂ ସୁଶାସନ ରେ ଅନୁପ୍ରାଣିତ ହୋଇ ପ୍ରାୟ ଶତାଧିକ ଅନ୍ୟ ଅନ୍ୟ ଦଳର କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଜଣାପଡିଛି ।ନୂତନ ଭାବେ ଯୋଗଦେଇଥିବା କର୍ମୀମାନଙ୍କୁ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ପଡ଼ାଲ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ।ଉକ୍ତ କାର୍ୟ୍ୟକ୍ରମରେ ବୈପାରିଗୁଡା ବ୍ଲକ ଆବାହକ ଶ୍ରୀଯୁକ୍ତ ହେମନ୍ତ ମହାପାତ୍ର, ଜିଲ୍ଲା ଯୁବ ଉପ ସଭାପତି ଶ୍ରୀ ବିଶ୍ୱଜିତ ନାୟକ, ବ୍ଲକ ଯୁବ ସଭାପତି ଶ୍ରୀ କିରଣ କୁମାର ସ୍ୱାଇଁ, କଂଗ୍ରେସ ମଲ୍ଲିକ, ବାବୁନୀ ମହାନ୍ତି, ପ୍ରଦୀପ କୁମାର ଗୌଡ଼, ସଦାନନ୍ଦ ମଲ୍ଲିକ, ଅଶୋକ ଦାସ, ସୁଶାନ୍ତ ସାହୁ, ଜି. ନରେନ୍ଦ୍ର ରାଓ, କର୍ଣ୍ଣ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0