ଭୁବନେଶ୍ୱର: ପେଟ୍ରୋଲ ଏବଂ ଡିଜେଲ ଦାମ ପୁଣି ବୃଦ୍ଧି ହୋଇଛି । ତେବେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲେ ସୁଦ୍ଧା ତେଲ କମ୍ପାନୀମାନେ ତୈଳ ଦର ବୃଦ୍ଧି କରିଛନ୍ତି । ଦେଶରେ ମହଜୁଦ ଥିବା ଅଶୋଧିତ ତୈଳ ୨୦ ରୁ ୨୫ ଦିନ ପୂର୍ବର ଏବଂ ସେତେବେଳେ ଏହାର ଦାମ ଅଧିକ ଥିବାରୁ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି ଘଟିଥିବା ଅନୁମାନ କରାଯାଉଛି । ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୮୫.୨୧ ଏବଂ ଡିଜେଲ ଦାମ ୭୫.୩୮ ଟଙ୍କା ପ୍ରତି ଲିଟର ରହିଛି ।ସେହିଭଳି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୮୫.୬୯ ଏବଂ ଡିଜେଲ ଦାମ ୮୧.୯୬ ଟଙ୍କା ପ୍ରତି ଲିଟର ରହିଛି । ମୁମ୍ବାଇରେ ପେଟ୍ରୋଲ ୯୧.୮୦ ଏବଂ ଡିଜେଲ ଦାମ ୮୨.୧୩ ଟଙ୍କା ପ୍ରତି ଲିଟର ରହିଛି । ଚେନ୍ନାଇରେ ପେଟ୍ରୋଲ ୮୭.୮୫ ଏବଂ ଡିଜେଲ ଦାମ ୮୦.୬୭ ଟଙ୍କା ପ୍ରତି ଲିଟର ରହିଛି । କୋଲକାତାରେ ପେଟ୍ରୋଲ ୮୬.୬୩ ଏବଂ ଡିଜେଲ ଦାମ ୭୮.୯୭ ଟଙ୍କା ପ୍ରତି ଲିଟର ରହିଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0