ନୂଆଦିଲ୍ଲୀ: ବଜାରକୁ ଆସିବ ଭାରତୀୟ ଔଷଧ କଂପାନୀ ସିପ୍ଲାର କରୋନା ଆଂଟିବଡି କିଟ । ଏଲିଫାଷ୍ଟ ନାଁରେ ଏହି ଦେଶୀ ଆଂଟିବଡି କିଟ ବିତରଣ କରିବ ସିପ୍ଲା । କରୱା ଲିମିଟେଡ ସହଭାଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ବା ଆଇସିଏମଆର ଓ ନାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିର ଜ୍ଞାନ କୌଶଳରେ ଏହାକୁ ବିକଶିତ କରାଯାଇଛି।ଏହାକୁ ମଧ୍ୟ ଅନୁମତି କରିଛି ଆଇସିଏମଆର । ଅନୁମୋଦିତ ସଂସ୍ଥାଗୁଡିକୁ ଏହି ଆଂଟିବଡି କିଟ୍ ଯୋଗାଇବ ସିପ୍ଲା । ଶରୀରରେ କରୋନା ବିରୋଧରେ କେତେ ରୋଗପ୍ରତିରୋଧକ ଶକ୍ତି ବିକଶିତ ହୋଇଛି, ଏହାକୁ ସଠିକ ଭାବେ ମାପିବାକୁ ଏହି ଆଂଟିବଡି କିଟ ସକ୍ଷମ ହୋଇପାରିବ ବୋଲି ସିପ୍ଲା ପକ୍ଷରୁ କୁହାଯାଇଛି। ଜନସଂଖ୍ୟାର କେତେ ଅନୁପାତ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ତାହା ଜାଣିବା ପାଇଁ ଆଂଟିବଡି ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି କିଟ୍ କୋଭିଡ ମୁକାବିଲାରେ ବଡ଼ ଭୂମିକା ତୁଲାଇବ ବୋଲି ଆଶା କରାଯାଉଛି । ସେରୋ-ସର୍ଭେ କାର୍ୟ୍ୟକୁ ଏହା ତ୍ୱରାନ୍ୱିତ କରିପାରିବ ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0