ବୁଏନ୍ସ ଏୟାର୍ସ: ଆର୍ଜେଣ୍ଟିନା ବନାମ ଭାରତୀୟ ସିନିୟର ମହିଳା ହକି ଦଳ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି । ତେବେ ଭାରତୀୟ ଦଳର ଅଧିନାୟିକା ରାଣୀ ୩୫ ମିଟିଟରେ ବିପକ୍ଷ ଦଳକୁ ଏକ ଗୋଲ ଦେଇଥିôଲେ । ଏହାର ଜବାବରେ ଘରୋଇ ଆର୍ଜେଣ୍ଟିନା ଦଳ ପକ୍ଷରୁ ଏମିଲିଆ ଫର୍ଚେରିଓ ଏକ ପେନାଲ୍ଟି ଷ୍ଟ୍ରୋକ ଜରିଆରେ ଗୋଲ ଦେଇ ବିପକ୍ଷ ଦଳ ସହ ସମାନ ରଖିଥିଲେ । ଏହା ପରେ ଉଭୟ ଦଳ ମ୍ୟାଚ ଜିତିବା ପାଇଁ ଗୋଲ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଦେବାରେ ସକ୍ଷମ ହୋଇ ପାରିନଥିଲେ । ଅନ୍ୟପଟେ ଭାରତୀୟ ସିନିୟର ମହିଳା ହକି ଦଳର ଆର୍ଜେଣ୍ଟିନା ଟୁର ଶେଷ ହୋଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0