spot_img

ଡ୍ରୋନକୁ ଗୁଳିକରି ଖସାଇବା କୌଶଳ ଶିଖୁଛନ୍ତି ଭାରତୀୟ ଯବାନ

ନୂଆଦିଲ୍ଲୀ: ଭାରତୀୟ ସୀମାରେ ଦିନକୁ ଦିନ ଆତଙ୍ଗବାଦୀଙ୍କ ଗତିବିଧି ବଢିବାରେ ଲାଗିଛି । ତେବେ ଆତଙ୍କବାଦୀ ମାନେ ଆକ୍ରମଣ ପାଇଁ ନୂଆ ପ୍ରକାରର ଅତ୍ୟାଧୁନିକ କୌଶଳ ବ୍ୟବହାର କରୁଛନ୍ତି । ଯାହାକି ଭାରତୀୟ ସୈନ୍ୟକୁ ଅସୁବିଧାରେ ପକାଉଛି । ବର୍ତ୍ତମାନ ଆତଙ୍କବାଦୀ ମାନେ ଡ୍ରୋନ ବ୍ୟବହାର କରି ସୁରକ୍ଷା ବାହିନୀ ଉପରେ ବୋମା ଫିଙ୍ଗିବା କୌଶଳ ଶିକ୍ଷା କରୁଛନ୍ତି । ତେବେ ଆତଙ୍କବାଦୀଙ୍କ ଏହି ନୂଆ କୌଶଳର ସଠିକ ଉତ୍ତର ଦେବା ପାଇଁ ଭାରତୀୟ ସେନା ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି । ଡ୍ରୋନକୁ କିପରି ଗୁଳି କରି ଖସାଇହେବ ସେ ନେଇ ବର୍ତ୍ତମାନ ଭାରତୀୟ ସେନାର ଯବାନ ମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular