ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ହେତୁ ୨୦୨୦ ପ୍ରାରମ୍ଭରେ ସ୍ଥଗିତ ରଖାଯାଇଥିବା ଭାରତର ପ୍ରଥମ ସୌର ଅଭିଯାନ ୨୦୨୨ ତୃତୀୟାର୍ଦ୍ଧରେ ଆରମ୍ଭ ହେବାର ସମ୍ଭାବନା ଥିବା କଥା ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ର (ଇସ୍ରୋ) ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଏଥିସହ ସେତେବେଳକୁ ‘ପଲସାର୍ସ’ ଏବଂ ‘ସୁପରନୋଭା’ ଭଳି ମହାଜାଗତିକ ଉତ୍ସ ସବୁକୁ ଅଧ୍ୟୟନରେ ସହାୟତା କରିବା ନିମନ୍ତେ ଦେଶର ଦ୍ବିତୀୟ ମହାଶୂନ୍ୟ ମାନମନ୍ଦିର (ସ୍ପେସ୍ ଅବଜର୍ଭେଟରି) ‘ଏକ୍ସପୋସାଟ୍’ ମଧ୍ୟ ଲଞ୍ଚ୍ କରାଯାଇଥିବା ବୋଲି ସେ କହିଛନ୍ତି।
ଚଳିତ ସପ୍ତାହରେ ଏକ ସମ୍ମିଳନୀରେ ନିରୋଳା ବୈଜ୍ଞାନିକ ଅଭିଯାନ ବିଷୟରେ କହିବା ବେଳେ ‘ହ୍ୟୁମାନ୍ ସ୍ପେସ୍ଫ୍ଲାଇଟ୍ ସେଣ୍ଟର୍’ର ନିର୍ଦେଶକ ଡକ୍ଟର୍ ଉନ୍ନିକୃଷ୍ଣନ ନାୟର୍ କହିଛନ୍ତି, ସୌର ଅଭିଯାନ ‘ଆଦିତ୍ୟ ଏଲ୍୧’ ଆଗାମୀ ବର୍ଷ ତୃତୀୟାର୍ଦ୍ଧରେ ଆରମ୍ଭ ହେବ। ଏହାଦ୍ବାରା ବ୍ରହ୍ମାଣ୍ଡ ଏବଂ ଅନେକ ଅନ୍ୟାନ୍ୟ ଅଜଣା ବିଷୟ ପ୍ରତି ଅନ୍ତର୍ଦୃଷ୍ଟି ଯୋଗାଇ ଦେବ।
‘ଆଦିତ୍ୟ ଏଲ୍୧’ ଅଭିଯାନର ମହାକାଶଯାନଟିକୁ ପୃଥିବୀ ଠାରୁ ୧.୫ ନିୟୁତ କିଲୋମିଟର୍ ଦୂରରେ ଅବସ୍ଥିତ ‘ଲାଗ୍ରାଞ୍ଜିଆନ୍’କୁ ପଠାଯିବ। ଏହା ହେଉଛି ପୃଥିବୀ ଏବଂ ସୂର୍ଯ୍ୟକୁ ମାଧ୍ୟାକର୍ଷଣ ଶକ୍ତି ଟାଣୁଥିବା ଗୋଟାଏ ସ୍ଥାନ। ଏହା ମହାଶୂନ୍ୟରେ ଗୋଟାଏ ପାର୍କିଙ୍ଗ୍ ଅଞ୍ଚଳ ଭଳି।
ସେହିପରି ଆଗାମୀ ବର୍ଷ ଗୋଟିଏ କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ୍ର ‘ଏକ୍ସପୋସାଟ୍’ ଉତ୍କ୍ଷେପଣ କରାଯିବ। ଏବର୍ଷ ଡିସେମ୍ବର ମାସରେ ଏହି ରକେଟ୍ର କାମ ଆରମ୍ଭ ହେବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0