spot_img

ମଧ୍ୟପ୍ରଦେଶ: ବଦଳ ଉପରେ କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାରକୁ ନେଇ ହଙ୍ଗାମା

ଇନ୍ଦୋର: ବଦଳ ଉପରେ ନିର୍ବାଚନୀ ପ୍ରଚାରକୁ ନେଇ ରାଜ୍ୟ ରାଜନୀତି ଖୁବ୍ ସରଗରମ ହୋଇଉଠିଛି ।ଇନ୍ଦୋର ବିଧାନସଭା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ପ୍ରେମଚନ୍ଦ୍ର ଗୁଡ୍ଡୁଙ୍କ ପ୍ରଚାରକୁ ନେଇ ଏବେ ହଙ୍ଗାମା ଆରମ୍ଭ ହୋଇଯାଇଛି । ରାଜନେତାମାନେ ବର୍ତ୍ତମାନ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଏକ ନିଷ୍ପାପ ପଶୁ (ବଳଦ)ର ସାହାଯ୍ୟ ନେଇଥିବା ଚର୍ଚ୍ଚା ହେଉଛି ।
ଏକ ବଦଳ ଉପରେ କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାରର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହି ଫଟୋରେ ବଦଳର ଶିଙ୍ଘରେ କଂଗ୍ରେସର ରଙ୍ଗ ଲଗାଯାଇଛି । ତାର ଶରୀରରେ ହାତ ଚିହ୍ନ ସହ ଲେଖାଯାଇଛି ‘ସାଂୱେର କା ବିକାଶ ପ୍ରେମଚନ୍ଦ୍ର ଗୁଡ୍ଡୁ’ । ଶେଷରେ ରାଜ ନନ୍ଦିନୀ.. ଲେଖି ନିର୍ବାଚନୀ ପ୍ରଚାର ଶେଷ କରାଯାଇଛି । ଏହି ପ୍ରଚାରକୁ କଂଗ୍ରେସ ଗ୍ରାମୀଣ ଭାବନା କହୁଥିବା ବେଳେ ବିଜେପି ଏହି ଘଟଣାକୁ ପଶୁ କ୍ରୁରତା ଅଧିନିୟମ ଅନୁସାରେ ଅପରାଧୀ ମାମଲା ଦର୍ଜ କରିବା ପାଇଁ କହିଛି ।
ସେପଟେ ଏହି ମାମଲା ସାମ୍ନାକୁ ଆସିବା ପରେ ପ୍ରାର୍ଥୀ ପ୍ରେମଚନ୍ଦ୍ର ଗୁଡ୍ଡୁ କହିଛନ୍ତି, ଏ ଭିଡିଓ ମୁଁ ଦେଖିଛି । ଏହାଦ୍ୱାରା ଲୋକମାନଙ୍କର ଜନଭାବନା ପ୍ରଦର୍ଶିତ ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular