spot_img

ଉମରକୋଟରେ ଶିଳ୍ପ ଉଦ୍ୟୋଗୀ ବିକାଶ ତାଲିମ କେନ୍ଦ୍ର ଅନୁଷ୍ଠିତ

ନବରଙ୍ଗପୁର: ଉମରକୋଟରେ ଶିଳ୍ପ ଉଦ୍ୟୋଗୀ ବିକାଶ ତାଲିମ କେନ୍ଦ୍ର ଅନୁଷ୍ଠିତ । ନବରଙ୍ଗପୁରର ଉମରକୋଟ ସହର ସ୍ଥିତ ଆଂଚଳିକ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଏହା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଳ୍ପ ବିଭାଗ ଓ ଶିଳ୍ପ ତାଲିମ କେନ୍ଦ୍ରର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି । ଏହି ଅନୁଷ୍ଠାନରେ ଆଗାମୀ ବାର ଦିନ ପର୍ଯ୍ୟନ୍ତ ବେକାର ଯୁବକ ଯୁବତିଙ୍କୁ ଆତ୍ମନିର୍ଭରଶୀଳ ନିମନ୍ତେ ତାଲିମ ପ୍ରଦାନ କରାଯିବ । ଏହି ଉଦଘାଟନ ଶିବିରରେ ଜିଲ୍ଲା ଶିଳ୍ପ ଅଧିକାରୀ ଶ୍ରୀ ବନେଶ୍ୱର ରାଓ ସୁବୁଦ୍ଦି ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଶିବିରରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ଶିଳ୍ପ ବିକାଶ ଅଧିକାରୀ ସୁଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । ଏହା ସହ କାର୍ଯ୍ୟକ୍ରମରେ ପିଏ, ଜିପି, ସ୍କିମ ମାଧ୍ୟମରେ ବ୍ୟାଙ୍କ ଗୁଡ଼ିକ ସହାୟତାରେ ନିଜସ୍ୱ ଶିଳ୍ପ ପ୍ରତିଷ୍ଠା କରି ଆତôନିର୍ଭରଶୀଳ ହେବା ପାଇଁ ତାଲିମ ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular