ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । ବିବାଦୀୟ ତିନି କୃଷି ଆଇନକୁ ନେଇ ୧୦ ମାସ ହେଲା ଜାରି ରହିଛି ଚାଷୀ ଆନ୍ଦୋଳନ। ଗତ ବର୍ଷ ସଂସଦରେ ବିଲ୍ ପାସ ହୋଇଥିଲା। ସେପ୍ଟେମ୍ବର ୨୭ରେ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ତାର ବର୍ଷ ପୂର୍ତ୍ତିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି । ସରକାରୀ କାର୍ଯ୍ୟାଳୟ, ଦୋକାନବଜାର, ଘରୋଇ ଓ ସରକାରୀ ବସ୍ ଚଳାଚଳ ବନ୍ଦ ରଖିବାକୁ ଆହ୍ଵାନ ଦେଇଛନ୍ତି ଚାଷୀ ସଂଗଠନ। ସକାଳ ଛଅରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଜରୁରୀ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । କଂଗ୍ରେସ, ବାମଦଳ, ଆପ୍, ୱାଇଏସ୍ଆର କଂଗ୍ରେସ, ଡିଏମ୍କେ, ଟିଡିପି, ବିଏସ୍ପି, ଆରଜେଡି, ଆଦି ଦଳ ଚାଷୀଙ୍କ ବନ୍ଦକୁ ସମର୍ଥନ କରିଛନ୍ତି। ବନ୍ଦକୁ The All India Bank Officers’ Confederation, ବିଭିନ୍ନ ଶ୍ରମିକ ଓ ଛାତ୍ର ସଂଗଠନର ସମର୍ଥନ ରହିଛି। ବନ୍ଦ ଡାକରାରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି।।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0