() ଅମାନିଆଙ୍କୁ ନାହିଁ ନିସ୍ତାର । ଏଣିକି ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଆକ୍ସନ ମୁଡରେ କମିସନରେଟ୍ ପୋଲିସ । ପ୍ରତିଦିନ ରାଜ୍ୟରେ ୪ହଜାରରୁ ଉର୍ଦ୍ଧ ସଂକ୍ରମଣ ଧାରା ଜାରିରହିଥିବା ବେଳେ ଏବେ ଦ୍ୱୈତନଗରୀରେ କଡାକଡି ହେବ ନିୟମ ପାଳନ । କଠୋର ହେବ କୋଭିଡ୍ କଟକଣା । ପୋଲିସ ଡିଜି ଅଭୟଙ୍କ ସ୍ୟଚନା ପରେ ଚିହିକି ଉଠିଛି କମିସନରେଟ୍ ପୋଲିସ । ଭୁବନେଶ୍ୱର ଓ କଟକର କୋଣ ଅନୁକୋଣରେ ଜୋରଦାର ଚଢାଉ କରିଛି କମିସନରେଟ୍ ପୋଲିସ ।
ରାତି ୧୦ ଟା ସୁଦ୍ଧା ଭୁବନେଶ୍ୱର ଓ କଟକରୁ ମାସ୍କ ପିନ୍ଧିନଥିବା ୬୬୦ଜଣଙ୍କ ଠାରୁ ଜରିମାନା ଆଦାୟ କରିଛି କମିସନରେଟ୍ ପୋଲିସ । ସେହିଭଳି ସାମାଜିକ ଦୂରତା ଉଲ୍ଲଙ୍ଘନ ଅଭିଯୋଗରେ ୩୩୮୩ ଜଣଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯ୍ଧବଥିବା ବେଳେ ୨୧ଟି ବ୍ୟବସାୟକ ପ୍ରତିଷ୍ଠାନ ବନ୍ଦ କରାଯାଇଛି । ତେବେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଆହୁରି କଡାକଡି ହେବ ବୋଲି କହିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0