ପୁରୀ: ଶ୍ରୀମନ୍ଦିରର ଯାଞ୍ଚ ପାଇଁ ପହଞ୍ଚିଲା ଘଝଏ ଟିମ୍। ଶ୍ରୀମନ୍ଦିର ର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବ ଟିମ୍। ଆଗକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶ୍ରୀମନ୍ଦିର ଗସ୍ତ ରହିଥିବା ବେଳେ ଘଝଏ ଟିମ୍ ସୁରକ୍ଷା ଯାଞ୍ଚ କଡାକଡ଼ି କରିବ। ଶ୍ରୀମନ୍ଦିର ଚାରିପଟ ବୁଲି ସ୍ଥିତି ଅନୁଧ୍ୟାନ କରିଛି ଏହି ଟିମ୍। ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଘଝଏର ୩ ଜଣିଆ ଟିମ୍ ଗଠନ କରାଯାଇଛି । ଟିମ୍ ଶ୍ରୀମନ୍ଦିର ଚତୁର୍ପାର୍ଶ୍ଵ ଏବଂ ଚେକିଂ ପଏଣ୍ଟ ବୁଲି ଦେଖିଥିଲେ। ଏହା ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ କିପରି ଆହୁରି ସୁଧାର ଅଣାଯାଇପାରିବ ସେ ନେଇ ସମୀକ୍ଷା କରିଥିଲେ। ସୁରକ୍ଷାକୁ କଡାକଡି କରିବା ଲାଗି ଘଝଏ ପକ୍ଷରୁ ଶ୍ରୀମନ୍ଦିର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ତନଖି କରାଯାଇଛି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0