spot_img

ଓଡିଆ ଆଇଆରଏସ ଅଧିକାରୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପଦବୀ

ଭୁବନେଶ୍ୱର : ଓଡ଼ିଆ ଆଇଆରଏସ ଅଧିକାରୀ ସୀମାଚଳ ଦାଶଙ୍କୁ ଆଇଏମଏଫ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । କେନ୍ଦ୍ର ସରକାରଙ୍କ କ୍ୟାବିନେଟର ନିଯୁକ୍ତି କମିଟିରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଶ୍ରୀ ଦାଶ ଏହି ପଦବୀରେ ୩ ବର୍ଷ ପାଇଁ କାମ କରିବେ ବୋଲି ପକ୍ଷରୁ ଘୋଷଣା କରାଯାଇଛି । ଶ୍ରୀଦାଶ ଏବେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ବା ଇଡିର ପ୍ରମୁଖ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି । ଶ୍ରୀ ଦାଶଙ୍କ ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇବା ସହ ନୂଆ ପଦବୀରେ ତାଙ୍କ ସଫଳତା କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular