ରାଜ୍ୟରେ ସତେଯେମିତି ଲୁଚକାଳି ଖେଳୁଛି ପାଣିପାଗ । କେବେ ଖରା, କେବେ ଶୀତ ତ ପୁଣି ଆଉ କେବେ ବର୍ଷାରେ ଚମକାଇଉଛି ଜନସାଧାରଣଙ୍କୁ । ଏବେ ଶୀତ ଦିନରେ ବି ଲାଗୁଛି ଗରମ । ଖରାଦିନ ଭଳି ଅନୁଭବ ହେଉଛି । ୧୬ ପର୍ୟ୍ୟନ୍ତ ରାଜ୍ୟରେ ଏଭଳି ଗରମ ଅନୁଭବ ହେବ । ୧୬ରେ ୬ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ୧୭ରେ ୧୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ବର୍ଷା ପରେ ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।୧୭ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର, ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।ଶନିବାର କେବଳ ଫୁଲବାଣୀକୁ ବାଦ୍ ଦେଲେ ରାଜ୍ୟରେ ପ୍ରାୟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି । ଶନିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରହିଛି । ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ୩୩.୪ ଡିଗ୍ରୀ ସେଲସିୟସ୍ ଥିବାବେଳେ ଶନିବାର ୩୫.୬ ଡିଗ୍ରୀ ସେଲସିୟସ୍କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0