ଭୁବନେଶ୍ବର: ଜେଲ୍ ସୁରକ୍ଷା ଢାଞ୍ଚା ବଦଳିବ ବୋଲି ଜେଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତିହାର ଜେଲ୍ ଢାଞ୍ଚାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଏଣିକି ଜେଲରେ କଏଦୀଙ୍କୁ ଡ୍ରୋନ୍ ଜଗିବ। କଟକର ଚୌଦ୍ବାର ଓ ଭୁବନେଶ୍ବର ଝାରପଡ଼ା ଜେଲରେ ପ୍ରଥମେ ଏଥିଲାଗି ଡ୍ରୋନ୍ କ୍ୟାମେରା ଉଡ଼ିବ। କଏଦୀଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍। କଏଦୀମାନେ କଣ କରୁଛନ୍ତି, କିଏ ଦେଖା କରିବାକୁ ଆସୁଛି ଏସବୁ ଉପରେ ରହିବ ନଜର।
ଚୌଦ୍ଵାର ଓ ଝାରପଡ଼ା ଜେଲରେ ଟେଲିଫୋନ ବୁଥ ବ୍ୟବସ୍ଥା କରାଯିବ। ଉଭୟ ଜେଲରେ ୪ଟି ଲେଖାଏଁ ବୁଥ୍ ଖୋଲାଯିବ। କଏଦୀମାନେ ନିଜ ଘରର ଦୁଇଟି ନମ୍ବର ଏହି ବୁଥରେ ଦେବେ। କେବଳ କଏଦୀ ଦେଇଥିବା ନମ୍ବରକୁ ହିଁ ଫୋନ୍ ଯିବ, ଅନ୍ୟ ନମ୍ବରକୁ ଫୋନ କଲେ କଲ୍ ଯିବ ନାହିଁ। କଏଦୀ ୫ ମିନିଟ ପର୍ଯ୍ୟନ୍ତ କଥା ହୋଇପାରିବେ। ତାପରେ ଅଟୋମେଟିକ୍ ଫୋନନ୍ କଟିଯିବ।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0